
ଭାରତର ମଧ୍ୟ ଯୁଗୀୟ ସାହିତ୍ୟିକମାନଙ୍କ ମଧ୍ୟରେ ସୋମଦେବ ଜଣେ ପଥିତଯଶା ଓ ପ୍ରବୀଣ ସାଧକ। ଏକାଦଶ ଶତାବ୍ଦୀରେ ରଚିତ ତାଙ୍କର 'ବେତାଳ ପଞ୍ଚବିଂଶତି' ଅନବଦ୍ୟ କୃତି। ଏହା ତତ୍କାଳୀନ 'କଥା ସରିତସାଗର'ର ଦ୍ୱାଦଶ ଖଣ୍ଡରେ ପରିବେଷିତ ଏକ ଚିତ୍ତାକର୍ଷକ କାହାଣୀମାଳା। ଐତିହାସିକ ଓ କିମ୍ବଦନ୍ତୀ ମାନଙ୍କରୁ ଗୃହୀତ ଚବିଶ ଗୋଟି ରୋଚକ କାହାଣୀର ସମାହାର। ମୂଳ କାହାଣୀ ଏହାର ସୂତ୍ରଧାରୀ ବିଷୟବସ୍ତୁ। ଏହାର ପ୍ରାଚୀନତା ସେହି ସମୟର ସାମୟିକ କାହାଣୀମାନଙ୍କ ବହୁ ପୂର୍ବରୁ ବୋଲି ଅନୁମାନ କରାଯାଏ। 'ବେତାଳ ପଞ୍ଚବିଂଶତି' ଭାରତୀୟ ସାହିତ୍ୟର ଅତିରୋଚକ ଓ ଆମୋଦଦାୟୀ କୃତିମାନଙ୍କ ମଧ୍ୟରେ ଅନ୍ୟତମ। ଏହା ବହୁ ପ୍ରାଦେଶିକ ପ୍ରାନ୍ତୀୟ ଭାଷା ସହିତ ବିଦେଶୀ ଭାଷାରେ ମଧ୍ୟ ଅନୁଦିତ ହୋଇ ଏକ କାଳଜୟୀ ପ୍ରତିଷ୍ଠା ଲାଭ କରିଛି।
| Brand Name | BK Publication |
| Manufacturer | BK Publication |
| Item Type | Literature & Fiction · Books |
| Shipping Weight | 186 g |
| Package Dimensions | 1.2 × 14 × 21 cm |
| Category | Books › Literature & Fiction |
| Category Rank | #42,258 in Books |
| Marketplace Rating | 4.7 out of 5 (7 ratings on the source marketplace) |
| EAN | 9788119348282 |