
ନୂଆ ପିଢ଼ିର କାହାଣୀକାରଙ୍କ କୁଳରେ ସ୍ବାଗତ କୁମାର ପଣ୍ଡା ଜଣେ ଧୀମାନ୍ ଧରମା। ଗଳ୍ପଟିଏର ମୁଣ୍ଡି ମାରିବା ପରେ ସେ ପୁନର୍ଜନ୍ମ ନିଅନ୍ତି ଏକ ଅର୍ଖନୂଆ କାହାଣୀର କଞ୍ଚାମାଲ ଧରି। ତାଙ୍କର ପ୍ରତିଟି କାହାଣୀ ପରସ୍ପର ଠାରୁ ପୃଥକ। ଶବ୍ଦ ଓ ଶୈଳୀ ପ୍ରୟୋଗରେ ମିତବ୍ୟୟୀ ସ୍ବାଗତଙ୍କର କାହାଣୀର ଦମ୍ଭ ମୂଳଦୁଆ ପାଠକଙ୍କ ଅସ୍ଥିର ମନକୁ ବସାଟିଏ ଦିଏ। କଥା କୋଣାର୍କର କୁହୁକ କାରିଗରୀକୁ ବେଶ୍ ଆୟତ୍ତ କରିଥିବା ସ୍ବାଗତ ବୃତ୍ତିରେ ଜଣେ ପ୍ରଶାସନିକ ଅଧିକାରୀ। ତାଙ୍କର ପ୍ରଥମ ଗଳ୍ପ ସଂକଳନ 'ଚାର୍ବାକ'ରେ ସ୍ବାଗତ ଜଣେ ପୋଖତ କଥାଶିଳ୍ପୀର ଦାମ୍ଭିକତା ଓ ଗତିଶୀଳତା ଦେଖାଇଛନ୍ତି, ଯାହା ତାଙ୍କ ସମସାମୟିକ ଲେଖକମାନଙ୍କ ପାଖରେ କ୍ବଚିତ୍ ଦେଖାଯାଏ।
| Brand Name | PEN IN BOOKS |
| Manufacturer | Odia Media Private Limited |
| Item Type | Short Stories · Books |
| Shipping Weight | 230 g |
| Package Dimensions | 21.6 × 14 × 2.5 cm |
| Category | Books › Literature & Fiction › Short Stories |
| Category Rank | #137,379 in Books |
| Marketplace Rating | 5.0 out of 5 (9 ratings on the source marketplace) |
| EAN | 9789348418180 |



