
ଜଗନ୍ନାଥଙ୍କୁ ନେଇ କେତେ କଥା ଉପକଥା । ସେ କେମିତି ଭକ୍ତଙ୍କୁ ଦେଖା ଦିଅନ୍ତି । ଭକ୍ତ ଦାସିଆ ବାଉରୀ ହାତରୁ ନଡ଼ିଆ ନିଅନ୍ତି । ବଳରାମ ଦାସଙ୍କ ପାଇଁ ସମୁଦ୍ରକୂଳ ବାଲିରେ ବଳରାମ ଦାସ ଗଢ଼ିଥିବା ରଥରେ ଉଭା ହୁଅନ୍ତି । ବନ୍ଧୁ ମହାନ୍ତିଙ୍କୁ ସୁନା ଥାଳିରେ ରାତ୍ର ଅର୍ଦ୍ଧରେ ଅବଢ଼ା ପରଷି ଦିଅନ୍ତି ଇତ୍ୟାଦି ଇତ୍ୟାଦି । ଅସରନ୍ତି କଥା, କିମ୍ବଦନ୍ତୀରେ ପୁର୍ଣ ଜଗନ୍ନାଥଙ୍କ ଇତିହାସ । ବୟସ ବଢିବା ସହ ମନରେ ମୋର ପ୍ରଶ୍ନବାଚୀର ଢେଉ । ସତରେ କଣ କାଠର ମୂର୍ତ୍ତିଟାଏ ଏପରି କରିପାରୁଛି ? ତା ହେଲେ ଏ ନିର୍ଜୀବ ହେଲା କିପରି ? ବୋଧହୁଏ ଏହି ନିର୍ଜୀବ ବାହ୍ୟ ଆଭରଣ ତଳେ ଏକ ପ୍ରାଣସତ୍ତା ଛଳଛଳ ହୋଇ ବୋହି ଚାଲିଛି ।
| Brand Name | BKPublication |
| Manufacturer | B K Publication |
| Item Type | Contemporary Fiction · Books |
| Shipping Weight | 312 g |
| Package Dimensions | 22 × 14.5 × 2.2 cm |
| Category | Books › Literature & Fiction › Contemporary Fiction |
| Category Rank | #64,373 in Books |
| Marketplace Rating | 4.6 out of 5 (12 ratings on the source marketplace) |
| EAN | 9788119348978 |