
ସ୍ୱରୂପ କୁମାର ନାୟକଙ୍କ ସୃଜନଯାତ୍ରା ଆରମ୍ଭ ହୋଇଥିଲା କବିତାରୁ। ତେବେ ଓଡ଼ିଆ ସାହିତ୍ୟରେ ଏବେ ପ୍ରାୟ-ବିଲୁପ୍ତ ରହସ୍ୟ ଓ ଅପରାଧ କାହାଣୀ ଜଗତକୁ ପୁଣିଥରେ ପାଠକମାନଙ୍କୁ ଲେଉଟାଇ ଆଣିବାର ପ୍ରୟାସ ଆରମ୍ଭ କରିଛନ୍ତି ସେ। ତାଙ୍କ ସ୍ୱରୂପ କୁମାର ସିରିଜ୍ର ପ୍ରଥମ ସ୍ତବକ ‘କିଶୋରୀ ଅସ୍ମିତାର ହତ୍ୟାରହସ୍ୟ’ । ଜଣେ କୋମଳମତି ବାଳିକାର ଆକସ୍ମିକ ମୃତ୍ୟୁର ରହସ୍ୟ ଭେଦ କରୁକରୁ କାହାଣୀର ଯୁବ ପୁଲିସ ଅଧିକାରୀ ସ୍ୱରୂପ କୁମାର ପାଠକଙ୍କୁ ଅପରାଧ ଦୁନିଆର ମାୟାଜାଲ ଭିତରେ ମୋହାଚ୍ଛନ୍ନ କରି ରଖିବେ ନିଶ୍ଚୟ। ନୂଆପିଢ଼ିର ପାଠକଙ୍କ ଭିତରେ ପଢ଼ିବାର ଉତ୍କଣ୍ଠା ବଢ଼ାଇବାରେ ସ୍ୱରୂପଙ୍କର ଏ ପ୍ରୟାସ ଲକ୍ଷ୍ୟଣୀୟ। ସ୍ୱରୂପ କୁମାର ସିରିଜ୍ର ଆଉ ଦୁଇ ବହି ମଧ୍ୟ ଏହା ପରେ ପ୍ରକାଶ ପାଉଛି । ପୂର୍ବରୁ ନିଜର କବିତା ସଂକଳନ ‘ଅନ୍ଧାରର ଆରାଧନା’ ପାଇଁ ସମ୍ମାନଜନକ ‘ପେନ୍ ଇନ୍ ବୁକ୍ସ ଯୁବଲେଖକ ପୁରସ୍କାର ୨୦୧୯’ ପାଇଥିବା ସ୍ୱରୂପ ବୃତ୍ତିରେ ଜଣେ ବ୍ୟାଙ୍କ୍ ଅଧିକାରୀ ଓ ଭୁବନେଶ୍ୱରରେ ରହନ୍ତି। - ଶୁଭ୍ରାଂଶୁ ପଣ୍ଡା
| Brand Name | PEN IN BOOKS |
| Manufacturer | Odia Media Private Limited |
| Item Type | Crime · Books |
| Shipping Weight | 180 g |
| Category | Books › Crime, Thriller & Mystery › Crime |
| Category Rank | #203,815 in Books |
| Marketplace Rating | 5.0 out of 5 (11 ratings on the source marketplace) |
| EAN | 9789395150699 |



